ସ୍ତନର ପାଗେଟ ରୋଗ
Paget's disease of the breast | |
---|---|
Paget disease of the breast, Paget's disease of the nipple, mammary Paget disease[୧][୨] | |
ଉଚ୍ଚାରଣ |
|
ବିଭାଗ | Oncology |
ଲକ୍ଷଣ | Itchy, red area around a nipple[୧][୨] |
ଆକ୍ରାନ୍ତ ସମୟ | After menopause[୧] |
କାରଣ | Ductal carcinoma in situ, invasive breast cancer[୧] |
ବିପଦ କାରକ | Family history, obesity, alcohol[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Biopsy[୨] |
ସଠିକ ରୋଗ ନିର୍ଣ୍ଣୟ | Eczema, psoriasis, tinea, melanoma[୧][୨][୩] |
ଚିକିତ୍ସା | Surgery, radiation therapy, hormone therapy, chemotherapy[୨] |
Prognosis | Often good, if treated early[୨] |
ପୁନଃପୌନିକ | Uncommon[୧] |
Patient UK | Paget's disease of the breast |
ସ୍ତନର ପାଗେଟ ରୋଗ (ଇଂରାଜୀ ଭାଷାରେ Paget's disease of the breast) ହେଉଛି କର୍କଟ ରୋଗର ଏକ ପ୍ରକାର ଉପସ୍ଥାପନା ଯାହା ସ୍ତନର ସ୍ତନାଗ୍ର ଓ ତାହା ଚାରିପାଖରେ ଥିବା ଚର୍ମ ଜଡିତ ହୁଏ ।[୧] [୨] ଏହା ସାଧାରଣତଃ ଏକଜିମା ପରି ଉପସ୍ଥାପନା କରେ ତଥା ସ୍ତନାଗ୍ରରେ ଏକ ଲାଲ ରଙ୍ଗର ଅଞ୍ଚଳ ଦେଖାଯାଏ ଯାହାର ଏକ ନିର୍ଦ୍ଦିଷ୍ଟ ସୀମା ଥାଏ ।[୧] ଚର୍ମରୁ ଚୋପା ଛାଡ଼ିବା, ଖଟି ଭିଡ଼ିବା, ଚମ ମୋଟା ହୋଇଯିବା, ସ୍ତନାଗ୍ର ସ୍ରାବ କିମ୍ବା ଛୋଟ ଛୋଟ ଫୋଟକା ହୋଇପାରେ ।[୧] [୪] ଗଲୁ କିମ୍ବା ଯନ୍ତ୍ରଣା ମଧ୍ୟ ପ୍ରାୟତ ଉପସ୍ଥିତ ଥାଏ ହୋଇପାରେ ।[୧] [୨] ସାଧାରଣତଃ ସମୟ କ୍ରମେ ଏହାର ଆକାର ବୃଦ୍ଧି ପାଇଥାଏ ।[୩]
ପ୍ରାୟ ସମସ୍ତ କ୍ଷେତ୍ରରେ ଏହାର କାରଣ ହେଉଛି ଏକ ଅନ୍ତର୍ନିହିତ କର୍କଟ; ଯାହା ବ୍ୟାପିନଥିବା ନଳି କର୍କଟ କିମ୍ବା ଆକ୍ରମଣକାରୀ ସ୍ତନ କର୍କଟ ଅଟେ ।[୧] [୩] ପାରିବାରିକ ଇତିହାସ, ମେଦବହୁଳତା ଏବଂ ମଦ୍ୟପାନ ଏହାର ବିପଦ କାରକ ହୋଇଥାଏ ।[୨] କ୍ଷୀର ନଳୀ ମାଧ୍ୟମରେ କର୍କଟ କୋଷରୁ ଚର୍ମକୁ ଯାଉଥିବା ଯୋଗୁ ଏହି ଫଳାଫଳ ହେଉଥିବା ବିଶ୍ୱାସ କରାଯାଏ ।[୧] ପ୍ୟାଗେଟ ଜୀବକୋଷଗୁଡିକରୁ ତନ୍ତୁ ବାୟୋପ୍ସି କରି ରୋଗ ନିର୍ଣ୍ଣୟ ନିଶ୍ଚିତ କରାଯାଏ ।[୨] [୪] ଅନ୍ତର୍ନିହିତ କର୍କଟ ଖୋଜିବା ପାଇଁ ଡାକ୍ତରୀ ଇମେଜିଙ୍ଗ ବ୍ୟବହାର କରାଯାଇପାରେ ।[୪]
ଚିକିତ୍ସାରେ ସାଧାରଣତଃ ଲମ୍ପେକ୍ଟୋମି କିମ୍ବା ମାଷ୍ଟେକ୍ଟୋମି ଅସ୍ତ୍ରୋପଚାର କରାଯାଏ ।[୨] ଅତିରିକ୍ତ ବିକଳ୍ପଗୁଡ଼ିକ ମଧ୍ୟରେ ବିକିରଣ ଚିକିତ୍ସା, ହରମୋନ୍ ଥେରାପି ଏବଂ କେମୋଥେରାପି କରାଯାଇପାରେ ।[୨] ଯଦି ଶୀଘ୍ର ଚିକିତ୍ସା କରାଯାଏ ତେବେ ଫଳାଫଳ ଭଲ ହୁଏ; ତଥାପି ସାଧାରଣତଃ ବିଳମ୍ବରେ ରୋଗ ନିର୍ଣ୍ଣୟ ହୁଏ ।[୨] [୩] ଯୁକ୍ତରାଷ୍ଟ୍ରରେ ସମୁଦାୟ ୫ ବର୍ଷ ବଞ୍ଚିବା ହାର ହେଉଛି ୮୩%; ଅବଶ୍ୟ ଏହା ଅନ୍ତର୍ନିହିତ କର୍କଟ ରୋଗର ପର୍ଯ୍ୟାୟ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।[୪]
ସ୍ତନର ପାଗେଟ ରୋଗ ଏକ ଅଭାବନୀୟ ଘଟଣା ଯାହା ମୋଟ ସ୍ତନ କର୍କଟ ରୋଗର ୧%ରୁ ୪% ଅଟେ ।[୧] ମହିଳାମାନଙ୍କର ୫୦ କିମ୍ବା ୬୦ ଦଶକରେ ଋତୁବନ୍ଦ ପରେ ଏହି ରୋଗ ଆରମ୍ଭ ହୁଏ, କିନ୍ତୁ ଏହା ଏକ ବ୍ୟାପକ ବୟସ ସୀମାରେ ପ୍ରଭାବ ପକାଇପାରେ ।[୧] [୪] କ୍ୱଚିତ୍ ପୁରୁଷମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି ।[୫] ଏହାକୁ ପ୍ରଥମେ ସାର୍ ଜେମ୍ସ ପ୍ୟାଗେଟ ୧୮୭୪ ମସିହାରେ ବର୍ଣ୍ଣନା କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Yasir, Muhammad; Khan, Myra; Lotfollahzadeh, Saran (2023). "Mammary Paget Disease". StatPearls. StatPearls Publishing. Archived from the original on 2021-11-17. Retrieved 2023-05-26.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ "Paget's disease of the nipple". nhs.uk (in ଇଂରାଜୀ). 23 October 2017. Archived from the original on 1 October 2023. Retrieved 17 January 2024.
- ↑ ୩.୦ ୩.୧ ୩.୨ ୩.୩ "Mammary Paget disease. Paget disease of the nipple | DermNet". dermnetnz.org (in ଇଂରାଜୀ). Archived from the original on 1 October 2023. Retrieved 17 January 2024.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Paget Disease of the Breast - NCI". www.cancer.gov (in ଇଂରାଜୀ). 21 May 2012. Archived from the original on 21 December 2010. Retrieved 17 January 2024.
- ↑ "Paget's disease of the breast". www.cancerresearchuk.org (in ଇଂରାଜୀ). Archived from the original on 16 September 2023. Retrieved 17 January 2024.